ଜୟ ନାରାୟଣ ପୁରୀ ଲୋକସଭାରୁ କଂଗ୍ରେସର ନୂଆ ପ୍ରାର୍ଥୀ, ସକାଳେ ଟିକେଟ୍ ଫେରାଇଥିଲେ ସୁଚରିତା

Published By : Prameya-News7 Bureau | May 04, 2024 IST

ଭୁବନେଶ୍ଵର:  ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ଦଳ ପ୍ରାର୍ଥୀ କରିଛି। ସକାଳେ ଦୁର୍ବଳ ବିଧାୟକ ପ୍ରାର୍ଥୀ ଓ ପାର୍ଟି ନିର୍ବାଚନ ଲଢିବାକୁ ଟଙ୍କା ଦେଉ ନଥିବା ଅଭିଯୋଗ କରି ଟିକେଟ୍ ଫେରାଇ ଦେଇଥିଲେ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। ଉଲ୍ଲେଖନୀୟ ଜୟ ନାରାୟଣ ପଟ୍ଟନାୟକ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି।

ରାଜ୍ୟର ଏକ ଚର୍ଚ୍ଚିତ ଲୋକସଭା ଆସନ ପୁରୀ । ଏଠାରୁ ଚଳିତ ଥର ସାଧାରଣ ନିର୍ବାଚନ ଲାଗି  ବିଜେଡି ଅରୁପ ପଟ୍ଟନାୟକଙ୍କ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ଭରସା କରିଛି । ଆଉ କଂଗ୍ରେସ ସୂଚରିତା ମହାନ୍ତିଙ୍କୁ କରିଥିଲା ଭରସା । ପୁରୀ ଲୋକସଭା ଲାଗି ପ୍ରାର୍ଥୀ କରିଥିଲା କଂଗ୍ରେସ । ହେଲେ ଏବେ ସେ  ଫେରାଇଛନ୍ତି ଟିକେଟ । ଦୁର୍ବଳ ବିଧାନସଭା ପ୍ରାର୍ଥୀ ଓ ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନମିଳିବା କାରଣରୁ   ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।   ଏକ ଇମେଲ୍‌ ଜରିଆରେ ସୋନିଆ ଗାନ୍ଧୀ. ରାହୁଲ୍‌ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସଂପାଦକ କେସି ବେଣୁଗୋପାଳଙ୍କୁ ଜଣାଇଥିଲେ।

Also read: କଂଗ୍ରେସକୁ ଝଟ୍‌କା, ଟିକେଟ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ

ସୂଚନାଯୋଗ୍ୟ, ସୁଚରିତା କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳଙ୍କୁ ଚିଠି ଲେଖି ପୁରୀ ସଂସଦୀୟ କ୍ଷେତ୍ରରୁ ଟିକେଟ୍ ଫେରାଇ ଦେଇଥିଲେ। ସେ କହିଥିଲେ  ନିର୍ବାଚନ ପାଇଁ ପାର୍ଟି ଫଣ୍ଡିଂ କଲା ନାହିଁ। ବିନା ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଓ ନିର୍ବାଚନ ଲଢ଼ିବା ସହଜ ନୁହେଁ। ବିନା ପାର୍ଟି ଫଣ୍ଡିଂରେ ପୁରୀ ଭଳି ସଂସଦୀୟ କ୍ଷେତ୍ରରେ ଲଢ଼ିବା କଷ୍ଟକର। ତଥାପି ମୁଁ ନିଜର ସମର୍ଥ ଅନୁସାରେ କ୍ୟାମ୍ପେନିଂ କରିବା ସହ ଫଣ୍ଡ ଯୋଗାଡ କରିବା ପାଇଁ ଚେଷ୍ଟା କରିଥିଲି। ପୁରୀ ଲୋକସଭା ଅଧୀନରେ ଥିବା ୭ଟିଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମୁଁ ଅନୁରୋଧ କରିଥିଲି। କିନ୍ତୁ ଦଳ ମୋ କଥା ଶୁଣିଲା ନାହିଁ। ଏଥିପାଇଁ ମୁଁ ଟିକେଟ ଫେରାଇ ଦେଇଛି ବୋଲି ସୁଚରିତା ମହାନ୍ତି କହିଥିଲେ। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.